ବାଲେଶ୍ୱର: ବାଲେଶ୍ୱର ରୁ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ଗିରଫ । ଅଡ଼ର ବଜାରରୁ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ସହଦେବ ଖୁଂଟା ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି । ବ୍ରାଉନ ସୂଗାର ସହ ୨୩ ଲକ୍ଷରୁ ଉଦ୍ଧ୍ୱର୍ ନଗଦ ଟଙ୍କା ବେପାରୀ ପାଖରୁ ଜବତ ହୋଇଛି । ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ । ଶେଖ ରାଜାକୁ ଏସ୍.ଟି.ଏଫ ଧରିବା ପରଠାରୁ ମୁନା ନିଜର ସାମ୍ରାଜ୍ୟ ଚଳାଇଥିଲେ । ଚଢାଉ ବେଳେ ଜଣେ ଡ୍ରଗ୍ସ ମାଫିଆ ଖସି ଯାଇଥିବା ସୂଚନା ମିଳିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0