spot_img

ବାଲିଅନ୍ତାରରେ ଭାରତ ବନ୍ଦର ପ୍ରଭାବ

ବାଲିଅନ୍ତା: କେନ୍ଦ୍ରସରକାରଙ୍କ କୃଷକ ମାରଣ ନୀତି ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାର କୌଣସି ପ୍ରଭାବ ପଡିନଥିବା ଜଣାପଡିଛି କ୍ଷ ବାଲିଅନ୍ତାର ପ୍ରବେଶପଥ କୁହାଯାଉଥିବା ବାଳକଟି ବାଜ଼ର ଅଞ୍ଚଳ ଓ ବାଲିଅନ୍ତା ବଜ଼ାର, ଭିଙ୍ଗାରପୁର, ଟଙ୍କପାଣି ବଜ଼ାର ତଥା ଅନ୍ୟାନ ଛକ ବଜ଼ାର ଅଞ୍ଚଳରେ ସ୍ୱାଭାବିକ ଭାବେ ଗାଡି ମଟର ସ୍ୱାଭାବିକ ଭାବେ ଯାତାୟାତ କରୁଥିଲା କ୍ଷ ଲୋକମାନଙ୍କ ଗହଳିଚହଲି ଲାଗି ରହିଥିଲା କ୍ଷ ହେଲେ ସରକାରି ଘୋଷଣା ଅନୁଯାଇ ତହସିଲ ଓ ବ୍ଲକ ହେଡକ୍ଵାଟର ସମେତ ଅନ୍ୟାନ ସରକାରୀ କାର୍ୟ୍ୟାଳୟ ସବୁ ବନ୍ଦ ରହିଥିଲା କ୍ଷ ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କ ନୂତନ କୃଷିବିଲ ଆଇନକୁ ବିରୋଧ କରି ବାଲିପାଟଣା ବ୍ଲକ ଓ ଉତରା ଛକ ଅଞ୍ଚଳରେ ବନ୍ଦ ଡାକରା ସଫଳ ହୋଇଛି କ୍ଷ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବାଲିପାଟଣା ବ୍ଲକ କଂଗ୍ରେସର ପ୍ରତିବାଦ ଜୋରଦାର ହୋଇଥିଲା କ୍ଷ ସ୍ଥାନୀୟ କଂଗ୍ରେସ ସଂଗଠନ ଓ ଓଡିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବାଲିପାଟଣା ରାସ୍ତାରେ ଦୀର୍ଘ ସମୟଧରି ଗାଡି ମଟର ଅଟକି ରହିଥିଲା କ୍ଷ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ପାଇଁ ହସ୍ପିଟାଲ ଯାଉଥିବା ଲୋକଙ୍କୁ ଛାଡି ଦିଆଯାଇଥିଲା କ୍ଷ.

LEAVE A REPLY

Please enter your comment!
Please enter your name here

- Advertisment -

Most Popular