ଚିଲିକା : ବାଣପୁର ସବ୍ ଜେଲ୍ ଛାତରୁ ପଡ଼ି କଏଦୀର ମୃତ୍ୟୁ । ଏନେଇ ସୂଚନା ଦେଇଛନ୍ତି ବାଣପୁର ସବ୍ ଜେଲ୍ କତୃପକ୍ଷ ପଦ୍ମିନୀ ଦଳବେହେରା । ମୃତ୍ୟୁ ବରଣ କରିଥିବା ବିଚାରାଧୀନ କଏଦୀଙ୍କ ନାମା ହେଉଛି ଶିବୁନ୍ କିସ୍କୋ । ସେ ଆସାମ ବାସିନ୍ଦା ଝାରପଡ଼ା ଜେଲ୍ ବାଣପୁରକୁ ସ୍ଥନାନ୍ତର ହୋଇ ଆସିଥିଲେ । ଗତକାଲି ସଂନ୍ଧାରେ ସେ ଜେଲ୍ ପ୍ରଥମ ମହଲା ଛାତରୁ ଖସିପଡ଼ିଥିଲେ । ତାଙ୍କୁ ନେଇ ଜେଲ୍ କତୃପକ୍ଷ ବାଣପୁର ମେଡ଼ିକାଲ ନେଇଥିଲେ , ହେଲେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଜେଲ କତୃପକ୍ଷ ବାଣପୁର ପୋଲିସ୍କୁ ଏନେଇ ସୂଚନା ଦେଇଥିଲେ । ଘଟଣାକୁ ନେଇ ବାଣପୁର ପୋଲିସ୍ ତଦନ୍ତ ଆରମ୍ବ କରିଛି । କଏଦି ଜଣକ ଆସାବଧାନତା ଯୋଗୁଁ ଛାତରୁ ଖସିପଡ଼ିଛନ୍ତି ନା ନିଜେ ଆତହତ୍ୟା କରିଛନ୍ତିି ତାହା ତଦନ୍ତ ଚାଲିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0