କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ସ୍ଥାନୀୟ ଲଦିଯୋଡି ଗାଁରେ ଗତ କିଛି ଦିନ ହେବ ୬ଟି ଭାଲୁ ସନ୍ଧ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଆତଙ୍କରେ ସଂଧ୍ୟା ହେଉ ହେଉ ଗାଁରେ ତାଟିକବାଟ ପଡିଯାଉଛି ଏବଂ ଦୋକାନବଜାର ବନ୍ଦ ହୋଇଯାଉଛି । ଜଣେ ମହିଳା ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ ଏବଂ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତେବେ ଏହି ଭାଲୁକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ବନ ବିଭାଗ ଏଥି ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି । ଜଙ୍ଗଲ ଭିତରେ ଖାଦ୍ୟ ଅଭାବରୁ ୬ଟି ଭାଲୁ ଜନବସତି ଆଡେ ମାଡି ଆସିଥିବା କୁହାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0