ନବରଙ୍ଗପୁର: ଗତକାଲି ରାତି ପ୍ରାୟ ୯ ଘଣ୍ଟିକା ସମୟରେ ତେନ୍ତୁଳିଖୁଣ୍ଟିସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଭାଲୁ ବୁଲୁଥୁବା ଦେଖିବାକୁ ମିଳିଛି ।ଭାଲୁଟି ଗ୍ରାମର ମାଳି ସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥୁବା କିଛି ଲୋକ ଦେଖିଥିଲେ।
ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଭାଲୁଟି କାହାର କିଛି କ୍ଷତି କରି କରିନଥିଲେ ହେଁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଭାଲୁଟି ମନ୍ଦିର ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା। ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି ।
ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟଭାବ ଦେଖା ଦେବା କାରଣରୁ ଭାଲୁମାନେ ଗାଁ ମୁହାଁ ହେବାରେ ଲାଗିଛି। ଅପର ପକ୍ଷରେ ଜଙ୍ଗଲରେ ଥିବା ଭାଲୁମାନେ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ଭିତରକୁ ପଶି ଆସୁଥୁବା ଜଣାପଡିଛି। ଗତ କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି। ଭାଲୁ ମାନେ କାହାର କିଛି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଲାଗି ରହିଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0