ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟ ଉଚ୍ଛେଦକୁ ନେଇ ଦୁଇ ଦିନ ହେବ ଉତ୍ତେଜନା ଲାଗି ରହିଛି। ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ମାଛ ବ୍ୟବସାୟୀ।
ମିଳିଥିବା ସୂଚନା ମୁତାବକ, ଗତ ସୋମବାର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରେ ମାଛହାଟ ଦୋକାନୀଙ୍କ ସମେତ ଆଇନ୍ଜୀବି ଓ ସ୍ଥାନୀୟ ସମିତିସଭ୍ୟ ପ୍ରମୁଖ ମାଛହାଟକୁ ଉଚ୍ଛେଦ ନକରିବା ପାଇଁ ତହସିଲଦାରଙ୍କୁ କହିବା ସହିତ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ତହସିଲଦାର ରମେଶ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମେସିନ୍ ସାହାଯ୍ୟରେ ସଂପୃକ୍ତ ମାଛହାଟକୁ ଉଚ୍ଛେଦ କରାଯାଇଥିଲା । ଏହି ସମୟରେ ତିହିଡି ପୁଲିସ୍ ସମେତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପରେ ଏନେଇ ଉତେଜନା ପ୍ରକାଶ ପାଇଛି । ଆଇନ୍ର ଆଶ୍ରୟ ନେବାକୁ ମାଛହାଟ ଦୋକାନୀମାନେ ଚେତାବନୀ ଦେଇଥିବା ଜଣାଯାଇଛି । ପ୍ରଶାସନ କିଛି ନ ଶୁଣି ସେମାନଙ୍କ ଜୀବିକା ଉଜାଡ଼ି ଦେଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ମାଛ ବ୍ୟବସାୟୀ ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0