ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ରାତିରେ କିଛି ଯୁବକ ଜଣେ ଯୁବକକୁ ଘରୁ ଟାଣି ନେଇ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି ବୁଲାଇ ଥିଲେ । ଅକଥନୀୟ ନିର୍ଯାତନା ସହି ନପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳେ ତାଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ । ଏପରି ଅମାନବୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ ଅଂଚଳରେ । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏସଂପର୍କରେ ଦଦନ୍ତ କରିବାକୁ ଭଦ୍ରକ ଜିଲ୍ଳାପାଳ ଜ୍ଞାନ ଦାସ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ , ନିର୍ଯାତନାରେ ଶିକାର ହୋଇଥିବା ଯୁବକ ଶୁକଦେବ ମହାଳିକ (୩୨) ଏକ ମାମଲରେ ଜେଲ ଯାଇଥିବା ବେଳେ କିଛି ଦିନ ପୂର୍ବରୁ ଗାଁକୁ ଫେରିଥିଲେ । ଯୁବଙ୍କ ଜଣଙ୍କ ଘରକୁ ଆସିଥିବା ଜାଣି ଗତକାଲି ରାତିରେ କିଛି ଯୁବକ ତାଙ୍କୁ ଘରୁ ଟାଣି ନେଇ ମୁହଁରେ ଚୂନ ବୋଳି ଜୋତା ମାଳ ପିନ୍ଧାଇ ଗାଁ ରାସ୍ତାରେ ବୁଲାଇଲେ ।
ଏ ସମ୍ପର୍କରେ ତିହିଡି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂହ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ଶୁକଦେବଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲେ। ଏହି ଘଟଣାରେ ରାଗ ରଖି ଶୁକଦେବଙ୍କୁ ଲଣ୍ତା କରି ଗାଁରେ ବୁଲାଇବା ଅଭିଯୋଗରେ ପତ୍ନୀ ସୁକାନ୍ତି ମହାଳିକ ଥାନାରେ ଅଭିଯୋଗ କରିଥିବାବେଳେ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0