ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନସେବା ଆରମ୍ଭ କରିବ ଏୟାର ଏସିଆ। କୋଲକାତାରୁ ଭୁବନେଶ୍ବର ଦେଇ ବିମାନ ଯିବ ପୁନେ। ସରକାର ପ୍ରତି ଉଡ଼ାଣ ପିଛା ଏଟିଏଫ ଉପରେ ଭାଟ କର ବାବଦରେ କମ୍ପାନିକୁ ୫୦ ହଜାର ଟଙ୍କା ଛାଡ଼ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବିମାନ ଚଳାଚଳରେ ସରକାରଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଭୁବନେଶ୍ବର ବିମାନବନ୍ଦର ଦେଇ ପୁନେକୁ ଉଡ଼ାଣ ସେବା ଯୋଗାଇବାକୁ ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ଼୍ ପ୍ରସ୍ତାବ ଦେଇଥିଲା। ଏଥିପାଇଁ କମ୍ପାନି କିଛି ସର୍ତ୍ତ ରଖିଥିଲା। ଏଟିଏଫ ଉପରେ ଭାଟ ଛାଡ଼, ଅବତରଣ ଓ ପାର୍କିଂ ବାବଦରେ ପ୍ରତି ରାଉଣ୍ଡ ଅପ ଉଡ଼ାଣ ପିଛା ୧ ଲକ୍ଷ ୨୬ ହଜାର ୭୨୯ ଟଙ୍କା ଲେଖାଏଁ ବର୍ଷକ ପାଇଁ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲା। କମ୍ପାନିର ଏହି ପ୍ରସ୍ତାବ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ତର୍ଜମା କରି ଏସବୁ ବାବଦରେ ୫୦ ହଜାର ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହି ରିହାତି କମ୍ପାନିକୁ ପ୍ରଥମ ୩ ମାସ ପାଇଁ ଦେବାକୁ ନିଷ୍ପତ୍ତି ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0