ଭୁବନେଶ୍ୱର : ବିଭିନ୍ନ କଟକଣା ସତ୍ତ୍ୱେ ବି ରାଜଧାନୀରେ ଚାଲିଛି ଧଳା ଜହର କାରବାର । ପୋଲିସ ପକ୍ଷରୂ ଚେକିଂ ପରେ ବି ଚାଲିଛି ଏହି ଚୋରା କାରବାର । ଏହିପ୍ରରିପେକ୍ଷୀରେ ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଚଢାଉରେ ପ୍ରାୟ ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନ ସୁଗାର ଜବତ କରିବା ସହ କୁଏଟି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବରୁ ଅନେକ ଥର ମଧ୍ୟ ରାଜଧାନୀରୁ ବ୍ରାଉନ୍ସୁଗାର ଜବତ ହୋଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0