spot_img

ବସ ଚୋରକୁ ଗୋଡାଇ ଧରିଲା ପିସିଆର

ଭୁବନେଶ୍ୱର: ଭୁବନେଶ୍ୱରରେ ଗାଡ଼ି ଚୋରି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦିନ ହେଉ କି ରାତି, ଚୋରି କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାଁନ୍ତି ଲୁଟେରା । ଅଧିକାଂଶ ସମୟରେ ବାଇକ ଚୋରି ଘଟଣା ଦେଖିବାକୁ ମିଳିଥାଏ । କିନ୍ତୁ ନିକଟରେ ଏକ ବସ ଚୋରି ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଅପରାଧ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଷ୍ଟାଣ୍ଡରେ ଆର୍ୟନ ନାମକ ଏକ ବସକୁ ପାର୍କିଂରେ ରଖା ଯାଇଥିଲା । ବସ ଷ୍ଟାଣ୍ଡରେ ବସଟି ଥିବା ସମୟରେ ଗାଡ଼ିର ହେଲ୍ପର ଖାଇବାକୁ ଯାଇଥିଲା । ଏହି ସମୟରେ ସୁଯୋଗ ଦେଖି ଜ୍ଞାନରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଗାଡ଼ି ଆର୍ୟନକୁ କଟକ ଆଡ଼କୁ ଦ୍ରୁତଗତିରେ ନେଇଗଲା । ଉକ୍ତ ଖବର ପାଇବା ପରେ ଗାଡ଼ିର ମାଲିକ ତୁରନ୍ତ ପୋଲିସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହାପରେ ପିସିଆର ଗାଡ଼ିର ପିଛା କଲା । ଦ୍ରୁତଗତିରେ ଯିବା ଯୋଗୁଁ ଭାରସାମ୍ୟ ହରାଇବାରୁ ଗାଡ଼ିଟିର ଦୁର୍ଘଟଣା ହୋଇଗଲା । ସେହି ସମୟରେ ଉକ୍ତ ବ୍ୟକ୍ତିକୁ କାବୁ କଲା ପୋଲିସ । ଏହି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟକର  କଥା ହେଉଛି ଗାଡ଼ିଟି ଚୋରି କରିଥିବା ବ୍ୟକ୍ତି ଜଣକ ମୁକ ଏବଂ ତା ସହିତ ବଧିର ମଧ୍ୟ । ଏହା ପୂର୍ବରୁ ସେ ୨୦୧୯ ମସିହହାରେ କଟକ ବାଦାମବାଡ଼ିରୁ ଦୁଇଟି ବସ ଚୋରି କରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular