ଭୁବନେଶ୍ୱର : ରାସ୍ତା ଉପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଭୁବନେଶ୍ୱର ୟୁନିଟ-୪ ରେ ମୁଖା ପିନ୍ଧି ଜଣେ ଯୁବକ ଖୁବ ହଙ୍ଗାମା କରିଛନ୍ତି । କେହି କିଛି ବୁଝିବା ଆଗରୁ ଲୋକଙ୍କ ବାଇକକୁ ଭାଙ୍ଗୁଥିଲେ । ଯାହାର ବିରୋଧ କରିଥିଲେ ବି ସେ କିଛି ଶୁଣିନଥିଲେ । ଶେଷରେ ସ୍ଥାନୀୟଲୋକ ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି । ଭୁବନେଶ୍ବର ରେଡ଼କ୍ରସ ଭବନ ଆଗରେ ଜଣେ ଯୁବକ ସେଠାରେ ଥୁଆ ହୋଇଥିବା ବାଇକ ଗୁଡିକୁ ଭାଙ୍ଗିବା ଆରମ୍ଭ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣଙ୍କ ୭ ରୁ ୮ ଟି ଗାଡି ଭାଙ୍ଗି ସାରିଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ଯୁବକ ଜଣଙ୍କୁ କାବୁକରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0