ଭୁବନେଶ୍ୱର : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ । ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚକେଇସିହାଣି ଅଞ୍ଚଳର ତପନ କୁମାର ସାହୁ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ତପନ ପାରାଦୀପରୁ ଆସି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଅଞ୍ଚଳରେ ରହୁଥିଲେ। ଘର ସାମ୍ନାରେ ରହୁଥିବା ଜଣେ ୨୪ବର୍ଷୀୟା ଯୁବତୀଙ୍କ ସହିତ ତାଙ୍କର ପ୍ରେମ ହୋଇଥିଲା । କିଛି ଦିନ ପରେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ତପନ । ଏହାର କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ଜଣଙ୍କ ତପନଙ୍କ ପାଖରେ ଆସି ରହିବାକୁ ଲାଗିଲେ । ଏକାଠି ରହିବାର କିଛିଦିନ ପରେ ତପନ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ସେ ଫେରାର ହୋଇଯାଇଥିଲେ । ଏ ସଂପର୍କରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ତପନଙ୍କୁ ପୋଲିସ ଗିରଫ କରିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0