spot_img

ବିଶ୍ୱ ସ୍ତରୀୟ ହେବ ଭୁବନେଶ୍ୱର ଷ୍ଟେସନ

ବିଶ୍ୱସ୍ତରୀୟ ଭୁବନେଶ୍ୱର ରେଲୱେ ଷ୍ଟେସନର ବିକାଶ ପିପିପି ମୋଡରେ ହେବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢ଼ିବ । ଦିନିକିଆ ଗସ୍ତରେ ଆସିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ରେଲୱେ ବୋର୍ଡର ଅଧ୍ଯକ୍ଷ ଓ ମୁଖ୍ଯ ନିର୍ବାହୀ ଅଧୀକାରୀ ସୁନୀତ ଶର୍ମା । ପୂରା ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଛନ୍ତି ରେଲୱେ ବୋର୍ଡର ଅଧ୍ୟକ୍ଷ । ଖୁବଶୀଘ୍ର ପାରାଦୀପ-ହରିଦାସପୁର ରେଳଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱର ଷ୍ଟେସନ ସହିତ ନ୍ୟୁ ଭୂବନେଶ୍ୱର ଷ୍ଟେସନର ବିକାଶ ହେବ । ବିଶ୍ବ ସ୍ତରୀୟ ଷ୍ଟେସନ କରିବା ପ୍ରକ୍ରିୟାକୁ ଜୋରଦାର କରାଯିବ । ସେଥିରେ କେତେ ଟଙ୍କା ଖର୍ଚ୍ଚ କରାଯିବ ତାର ବ୍ୟୟ ଅଟକଳ ଖୁବଶୀଘ୍ର ହେବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ବିକାଶ କରିବ ଓ ତା’ପାଖ ଜମିରେ ବିଡିଏ ଉନ୍ନୟନମୂଳକ କାର୍ଯ୍ୟ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ ପ୍ରକଳ୍ପର ତ୍ୱରାନ୍ୱିତ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular