ଭୁବନେଶ୍ୱର : ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କୁ ଟାର୍ଗେଟ କଲେ ଲୁଟେରା। ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ଚେନ। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳେ ଘଟିଛି ଏହି ଘଟଣା। ଝାରପଡ଼ା ଜେଲ ସାମ୍ନା ରୋଡରେ ଏହି ଘଟଣା ଘଟିଛି। ଲୁଟର ଶିକାର ହୋଇଥିବା ମହିଳାଙ୍କ ନାଁ ମନୋରମା ସାହୁ। ସେ ଶାନ୍ତି ନଗରରେ ରହନ୍ତି। ସକାଳ ପ୍ରାୟ ୭ଟା ବେଳେ ସେ ମର୍ଣ୍ଣିଂ ୱାକ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ତିନି ଜଣ ଦୁର୍ବୃତ୍ତ ଥିଲେ। ଦୁଇ ଜଣ ବାଇକରେ ବସିଥିଲେ। ଆଉ ଜଣେ କଟୁରୀଟିଏ ଧରି ତାଙ୍କ ଆଡ଼କୁ ଆସିଥିଲେ। କଟୁରୀକୁ ତାଙ୍କ ବେକରେ ପକାଇ ଚେନ ଦେବାକୁ କହିଥିଲେ। ଏହା ପରେ ତାଙ୍କୁ ତଳେ ପକାଇ ଚେନ୍ ଛିଣ୍ଡାଇ ଦେଇଥିଲା। ସେ ପାଟି କରିଥିଲେ। ତେବେ ଲୋକେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତା’ସହିତ ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0