spot_img

୨୯ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଚଳିତ ବର୍ଷ ବିଧାନସଭା ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୪ ତାରିଖ ରବିବାର ଦିନ ମଧ୍ୟ ଅଧିବେଶନ ଚାଲୁ ରହିବ । କେବଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଅଧିବେଶନ ଛୁଟି ରହିବ । ବରିଷ୍ଠ ବିଧାୟକ ମାନେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଗୃହରେ ଯୋଗ ଦେଇପାରିବେ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular