spot_img

ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ସମୟରେ ପ୍ରଥମ ଥର ନିର୍ବାଚନ ହେବାକୁ ଯାଉଛି । ୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ । ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ରେ ଭୋଟ ଗ୍ରହଣ ହେବ । ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ଟି ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ ହେବ । ନଭେମ୍ବର ୧୦ରେ ବିହାର ବିଧାନସଭା ଭୋଟ ଫଳାଫଳ ପ୍ରକାଶ ପାଇବ । ଏନେଇ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular