ପାଟନା: ଚଳିତ ବର୍ଷ ବିହାର ନିର୍ବାଚନରେ ଏନଡିଏ ବିଜୟୀ ହୋଇଛି । କିନ୍ତୁ ବିଧାନସଭା ନିର୍ବାଚନରେ ଜେଡିୟୁର ଖରାପ ପ୍ରଦର୍ଶନ ପରେ ସ୍ଥିତି ବଦଳିଯାଇଛି । ନିଜ ଦଳର ଖରାପ ପ୍ରଦର୍ଶନ ପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତେବେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସେ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପଟେ କିନ୍ତୁ ବିଜେପି ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସ୍ପଷ୍ଟ କରିଛି । ଯାହାଫଳରେ ନିତିଶ ଯେଉଁ ସର୍ତ୍ତ ରଖଛନ୍ତି ତାହା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି କାରଣ ଯୋଗୁଁ ଏନଡିଏ ନେତା ନିର୍ବାଚନ ସମ୍ଭବ ହୋଇପାରି ନାହିଁ । ଏହାକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।



Visitors Today : 1
Total Visitors : 130220
Total Views : 9891693
Visitors Online Now : 0