ପାଟନା: ଆସନ୍ତା ନଭେମ୍ବରରେ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଜନଶକ୍ତି ପାର୍ଟି ଜେଡିୟୁ ପାର୍ଟି ପାଇଁ ମୁସ୍କିଲ ଥିଲା । ମାତ୍ର ଏବେ ବିଜେପି ଓ ଜେଡିୟୁ ମଧ୍ୟରେ ଆପସୋ ବୁଝିମଣାକୁ ନେଇ ବଡ ମୁସ୍କିଲ ଠିଆ ହୋଇଛି । ବର୍ତମାନ ଏହି ୨ ଦଳ ପାଟନାରୁ ନେଇ ଦିଲ୍ଲୀ ଯାଏଁ ଆସନ ଭାଗବଣ୍ଟାକୁ ନେଇ ମନ୍ଥନ ଚଳାଇଛି । ରାଜ୍ୟରେ ୫୩ ଟି ଏଭଳି ବିଧାନସଭା ଆସନ ଅଛି ଯାହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଟକ୍କର ରହିଛି । ଏହି ଆସନ ଗୁଡିକ ଉପରେ ୨ ଟି ଯାକ ଦଳ ନିଜର ଅଧିକାର ସାବ୍ୟସ୍ଥ କରୁଛନ୍ତି । ଏ ସବୁ ସେହି ଆସନ ଯେଉଁଠାରେ କି ୨୦୧୫ ରେ ବିଜେପି ଓ ଜେଡିୟୁ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ୨୦୧୯ ରେ ହୋଇଥିବା ଲୋକସଭା ନିର୍ବାଚନ ମେଣ୍ଟର ଦ୍ୱାହୀ ଦେଇ ବିଜେପି କ୍ଷମତାରେ ଥିବା ୫ ଟି ଲୋକସଭା ଆସନ ଜେଡିୟୁକୁ ଛାଡିଥିଲା । ଏବେ ଜେଡିୟୁ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଏଭଳି କିଛି ଆଶା କରିଛି ।
୨୦୧୫ ବିଧାନସଭା ନିର୍ବାଚନରେ ଏହି ୫୩ ଟି ଆସନ ମଧ୍ୟରୁ ୨୯ ଟି ଆସନରେ ଜେଡିୟୁ ବିଜେପିକୁ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ୨୯ ଟି ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ।ଅନ୍ୟପଟେ ୨୪ ଟି ଆସନରେ ବିଜେପି ବିଜୟୀ ହୋଇଥିଲା ଓ ଜେଡିୟୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ୫୩ ଟି ସିଟକୁ ନେଇ ଏବେ ଉଭୟ ଦଳ ଭିତରେ ମତଭେଦ ଆରମ୍ଭ ହୋଇଛି । ହେଲେ ଉଭୟ ଦଳର ବିଜୟୀ ବିଧାୟକ ମାନେ ଏବେ ସେ ଆସନ ଛାଡିବାକୁ ପ୍ରସ୍ତୁତ ନଥିବା ଭଳି ଜଣାପଡୁଛି । ଏହି ୫୩ ଟି ଆସନରୁ ୨୦୧୫ ରେ ଜେଡିୟୁ ଯେଉଁ ୨୯ ଟି ଆସନରେ ବିଜୟୀ ହୋଇଥିଲା ସେହି ଆସନରୁ ଅଧିକାଂଶ ଆସନ କାଶି- ସୀମାଞ୍ଚଳ ରେ ଅବସ୍ଥିତ ।ଏହି ୨ ଦଳ ମଧ୍ୟରେ ଆସନ ବୁଝାମଣା ଏଯାଏ କୌଣସି ନିସ୍ପତି ହୋଇ ନଥିବା ବେଳେ ଜେଡିୟୁ ଚାହୁଁଛି କି ସେ ୧୧୫ ଆସନରେ ଲଢିବ ଓ ବିଜେପି ୧୨୮ ଆସନରେ ଲଢୁ । ମାତ୍ର ସର୍ତ ଏଭଳି ଅଛିକି ଚିରାଗ ପାଶୱାନକୁ ବିଜେପି ତା ନିଜର ଭାଗରେ ପଡିଥିବା ଆସନରୁ କିଛି ଆସନ ଛାଡୁ । ବଦଳରେ ଜେଡିୟୁ କିଛି ଆସନ ନୂଆକରି ଏନଡିଏରେ ସାମିଲ ହୋଇଥିବା ଜିତିନ ରାମ ମାଂଝୀଙ୍କୁ ଛାଡିବ । ହେଲେ ଆରମ୍ଭରୁ ବିଜେପି କହିଛି କି ଜେଡିୟୁକୁ ବଡଭାଇ ଭାବେ ଗ୍ରହଣ କରି ବିହାରରେ ନିର୍ବାଚନ ଲଢିବ । ଯାହା ଫଳରେ ବିଜେପି ଅପେକ୍ଷା ଜେଡିୟୁ ଗୋଟିଏ ଆସନ ଅଧିକ ନେବ । ହେଲେ ଏଭଳି ପ୍ରସ୍ତାବ ଉପରେ ଜେଡିୟୁର ସହମତି ଥିବା ଭଳି ଲାଗୁନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0