spot_img

ବିହାର ବିିଧାନସଭା ବାଚସ୍ପତି ଭାବେ ବିଜୟ ସିହ୍ନା ନିର୍ବାଚିତ

ପାଟନା: ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏନଡିଏର ବିଜୟ ସିହ୍ନାକୁ ନୂଆ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବଚିତ ହୋଇଛି । ବିଜୟଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଥିବା ମହାମେଣ୍ଟର ଅୱଧ ବିହାରୀ ଚୌଧୁରୀଙ୍କୁ ୧୧୪ ଖଣ୍ଡ ଭୋଟ ମିଳିଛି । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ନେତାମାନେ ବାଚସ୍ପତିଙ୍କୁ ସ୍ୱାଗତ କରି ତାଙ୍କ ଚେୟାର ପର୍ଯ୍ୟନ୍ତ ସମ୍ମାନର ସହିତ ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular