spot_img

ନଦୀ ଗର୍ଭରେ ବିଜୁ କଲ୍ୟାଣ ମଣ୍ଡପ

ବିବାଦ ଘେରରେ ବିଜୁକଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ । ଅନିୟ-ମିତତାର ଶରହଦ ପାରକରିଛି ସରକାରରୀ ଯୋଜନା । ଅନ୍ଧାରରେ ଗ୍ରାମବାସୀ, ମିଛ ଚିଠାରେ ଲୁଟୁଛନ୍ତି ଚେଲା ଚାମୁଣ୍ଡା,ସବୁ ଜାଣି ବି ଚୁପ ବସିଛି ପ୍ରଶାସନ । ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମର ନଦୀ ପଠାରେ ଗଢିଉଠିଥିବା ବେଆଇନ୍ ବିଜୁକଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ କଥା । ଯେଉଁ ଜମିକୁ ୨୦୧୨ ମସିହାରେ ଜମି ମାଲିକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପୋଲ ନିର୍ମାଣ ପାଇଁ ବିକ୍ରୟ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲ ନିର୍ମାଣ ପରେ ବଳକା ଜମିକୁ ପାଣି ନିଷ୍କାସନ ପାଇଁ ଛାଡି ଥିବା ବେଳେ ଭରତପୁରର ବାହୁବଳି ସରପଞ୍ଚ ବିଜୁକଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ ନିର୍ମାଣ କରି ଅପ୍ରାକୃତିକ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଗତ ଲଘୁଚାପ ବର୍ଷାରେ ମହାଙ୍ଗା ଏବଂ ବଡଚଣାର କିଛି ପଞ୍ଚାୟତରେ ମଧ୍ୟ ବନ୍ୟା ଭଳି ସ୍ଥିତି ଉପୁଜିଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବ୍ଲକ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ଏହାର ସ୍ଥାୟୀ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଦୂର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।ଏହାକୁ ନେଇ ବିଡିଓଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular