ୱାଶିଂଟନ: ଓବାମାଙ୍କ ପୁସ୍ତକରେ ଭାରତର କଂଗ୍ରେସ ଦଳର ପୁର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ଥାନ ପାଇଛନ୍ତି । ତାଙ୍କ ବିଷୟରେ ଉଲ୍ଲେଖ ହୋଇଥିବା ଉକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ପୁସ୍ତକ ଅନୁସାରେ ସେ ଅବଗତ କରାଇଥିଲେ, ରାହୁଲ ଗାନ୍ଧି ଜଣେ ନରଭର୍ସ ବ୍ୟକ୍ତି, ଯଦି ସେ ଛାତ୍ର ଥାନ୍ତେ ତେବେ ସେ ତାଙ୍କ ପାଠ୍ୟକ୍ରମକୁ ନେଇ ସମସ୍ତ ଶିକ୍ଷକଙ୍କୁ ପ୍ରଭାବିତ କରିପାରିଥାନ୍ତେ । ତାଙ୍କର ଏ ଭଳି ଉଲ୍ଲେଖ ସାରା ଭାରତର ଦୃଷ୍ଟିକୁ ତାଙ୍କ ପୁସ୍ତକ ଆଡକୁ ଧ୍ୟାନ କେନ୍ଦ୍ରିଭୁତ କରିଥିଲା । ତେବେ ତାଙ୍କ ଦ୍ୱାରା ଳିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ର ଯେତିକି ପୃଷ୍ଠା ଓଲଟାଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି । ପୂର୍ବରୁ ରାହୁଲଙ୍କୁ ନର୍ଭସ ନେତା କହିଥିବା ଓବାମା ତାଙ୍କ ପୁସ୍ତକରେ ଏହା ବି ଉଲ୍ଲେଖ କରିଛନ୍ତି କି, ମନମୋହନ ସିଂହ ଜଣେ ସଚ୍ଚୋଟ ବ୍ୟକ୍ତି । ତାଙ୍କ ପଟୁ ରାହୁଲଙ୍କ ପ୍ରତି କୌଣସି ବିପଦ ନାହିଁ । ଖାସ୍ ଏଥିପାଇଁ ଦଳ ତରଫରୁ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲା କଂଗ୍ରେସ । ସୋନିଆ ତଥା ଦଳର ଭରସା ଥିଲା କି ମନମୋହନ ସିଂ କେବେବି ଦଳର ଅଧ୍ୟକ୍ଷ ପଦ ପାଇଁ ଦାବି ରଖିବେ ନାହିଁ । ଏପରି ବାରାକ ଓବାମା ତାଙ୍କ ପୁସ୍ତକରେ ଉଲ୍ଲେଖ କରିବା ଦ୍ୱାରା ରାହୁଲ ଗାନ୍ଧି , ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । କେବଳ ବାରାକ ଏତିକିରେ ରହିନାହାଁନ୍ତି । ଭାରତର ଶାସକ ଦଳ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ତାଙ୍କ ପୁସ୍ତକରେ ଲେଖିଛନ୍ତି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, ଦୁର୍ନୀତ ଓ ଉଗ୍ର ଜାତୀୟତାବାଦ ଜମି ରହିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0