spot_img

ମୟୂରଭଞ୍ଜ ରେ ପକ୍ଷୀ ଗଣନା ଆରମ୍ଭ

ମୟୂରଭଞ୍ଜ : ଶିମିଳିପାଳ ସଂଲଗ୍ନ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ୩ଟି ବନଖଣ୍ଡର ଆଦ୍ର ଭୂମିରେ ପକ୍ଷୀ ଗଣନା ଆରମ୍ଭ । ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ସୁଦୂର ସାଇବେରିଆ ଆଡୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ମୟୂରଭଞ୍ଜକୁ ଖାଦ୍ୟ ଅନ୍ବେଷଣରେ ଉଡି ଆସିଥାନ୍ତି ଅନେକ ପକ୍ଷୀ । ବିଦେଶରୁ ଆସୁଥିବା ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ତଦନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡର ଦେଉଳିର ଜମ୍ଭିରା, ବଡଯୋଡ, ପାଉଁସିଆ, ହଳଦିଆ, କାଳ, ସୋନ, ନେସା, ବାଙ୍କବଳ ଓ ସୁଲେଇପାଟର ଖଡଖାଇ ବନ୍ଧ ସମେତ ୧୦୦ରୁ ଊର୍ଦ୍ଧ୍ବ ଜଳାଶୟ ଏବଂ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ବୁଧବାର ସକାଳୁ ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୩ ବନଖଣ୍ଡ ଅଧିକାରୀ, ରେଞ୍ଜ ଅଧିକାରୀ, ବନପାଳ, ଗାର୍ଡ ଓ ଗବେଷକମାନେ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular