ନୂଆଦିଲ୍ଲୀ: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା କଥା ଜଣାପଡ଼ିବା ପରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ଦିଲ୍ଲୀ ସୁନିଶ୍ଚିତ କରିଛି। ସୋମବାର ସକାଳ ୮ଟାରୁ ସଞ୍ଜୟ ଲେକ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି। ଏହାଛଡ଼ା, ଏହି ଲେକକୁ ‘ଆଲର୍ଟ ଜୋନ’ ଭାବେ ଘୋଷଣା କରାଯାଇଛି। ମୟୂର ବିହାର ଫେଜ ୩ ରୁ ଚାରିଟି ଏବଂ ସଞ୍ଜୟ ଲେକରୁ ତିନିଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ‘ଏଭିଏନ ଇନଫ୍ଲୁଏଞ୍ଜା’ ପଜିଟିଭ ଆସିଥିବା କଥା ବିକାଶ ବିଭାଗର ପ୍ରାଣୀପାଳନ ୟୁନିଟର ଡାକ୍ତର ରାକେଶ ସିଂହ କହିଛନ୍ତି। ଏହାଛଡ଼ା ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକିଅଛି ବୋଲି ଡାକ୍ତର ସିଂହ କହିଛନ୍ତି। ପୂର୍ବରୁ ସରକାରୀ ଅଧିକାରୀମାନେ କହିଥିଲେ ଯେ, ତିନି ଚାରି ଦିନ ମଧ୍ୟରେ ମୟୂର ବିହାର ଫେଜ ୩ରେ ଥିବା ସେଣ୍ଟ୍ରାଲ ପାର୍କରେ ୫୦ଟି କାଉ ମରିଥିବା କଥା କହିଥିଲେ। ନିକଟ ଅତୀତରେ ସଞ୍ଜୟ ଲେକରେ ମଧ୍ୟ ୧୦ଟି ବତକ ମରିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0