୨୭ ବର୍ଷରେ ପାଦ ଦେଲେ ବଲିଉଡ଼ ହସିନା ଉର୍ବଶୀ ରୌତେଲା । ୧୯୯୪ ମସିହା ଆଜିର ଦିନରେ ସେ ଉତ୍ତରାଖଣ୍ଡର କୋଟଦ୍ୱାରରେ ଜନ୍ମଗ୍ରହଣ କରିଥିଲେ । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁ ବେଳେ ବେଶ ଚର୍ଚ୍ଚାରେ ଥାନ୍ତି ଉର୍ବଶୀ । ଏପରିକି ସେ ନିଜର ସୁନ୍ଦରତା ପାଇଁ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି । ୨୦୧୩ରେ ଫିଲ୍ମ ‘ସିଂ ସାହେବ ଦ ଗ୍ରେଟ’ ଜରିଆରେ ବଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ୨୦୧୫ ମସିହାରେ ‘ ମିସ ୟୁନିଭର୍ସ ଇଣ୍ଡିଆ’ ପୁରସ୍କାର ଜିତିଥିଲେ । ଏହା ପରେ ଉର୍ବଶୀ ୨୦୧୬ରେ ‘ସନମ ତେରି କସମ’ ‘ଗ୍ରେଟ ଗ୍ରାଣ୍ଡ ମସ୍ତି’ଏବଂ ୨୦୧୮ରେ ‘ହେଟ ଷ୍ଟୋରୀ ୪’ ‘ପାଗଲ ପନ୍ତି’ ଭଳି ଅନେକ ଫିଲ୍ମ କରିଛନ୍ତି । ହିନ୍ଦି ଚଳଚିତ୍ର ନୁହଁ ବରଂ କାନାଡ଼ା ଓ ବେଙ୍ଗଲି ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଖାଲି ସେତିକି ନୁହଁ ବିଶ୍ୱର ଟପ ୧୦ ସେକ୍ସି ସୁପରମଡ଼େଲର ତାଲିକାରେ ମଧ୍ୟ ସେ ସ୍ଥାନ ପାଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ବଲିଉଡ଼ର ଅନେ କଳାକାର ଏବଂ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଉଇସ କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0