spot_img

୪୭ ବର୍ଷରେ ପଦାର୍ପଣ କଲେ ବଲିଉଡ ଅଭିନେତା ସୋନୁ ସୁଦ . . .

କରୋନା ସମୟରେ ଅସହାୟ ଓ ଗରିବଙ୍କ ଭଗବାନ ପାଲଟିଥିବା ହିନ୍ଦୀ ଚଳଚ୍ଚିତ୍ର ନାୟକ ସୋନୁ ସୁଦଙ୍କର ଆଜି ହେଉଛି ୪୭ତମ ଜନ୍ମଦିବସ । ସେ ୧୯୭୩ ମସିହାରେ ପଞ୍ଜାବର ମୋଗା ଠାରେ ଜନ୍ମ ଗ୍ରହଣ କରିଥିଲେ ।ସୋନୁ ତାଙ୍କର ଏହି ୪୭ତମ ଜନ୍ମବାର୍ଷିକୀରେ ସେ ଉପହାର ନେବା ବଦଳରେ ଲୋକଙ୍କୁ ଉପହାର ସ୍ୱରୁପ ରୋଜଗାରର ମାର୍ଗ ଦେଖାଇଛନ୍ତି । ସେ ତିଆରି କରିଥିବା ଏକ ଆପ୍ ଜରିଆରେ ୩ଲକ୍ଷ ଲୋକ ରୋଜଗାରକ୍ଷମ ହୋଇପାରିବେ । ସେ ଏହି ଆପ୍ ର ନାମ ରଖିଛନ୍ତି ‘ପ୍ରବାସୀ ରୋଜଗାର’ ।

ସେ ଏକ ଉଚ୍ଚ ମଧ୍ୟମିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସ୍କୁଲ ପାଠପଢା ସରିବା ପରେ ସେ ବାପାଙ୍କ ସହ ମିଶି ତାଙ୍କ ସୋ’ରୁମ ରେ କାମ କରୁଥିଲେ । ଏହା ସହିତ ସେ ନାଗପୁରରେ ଯଶୋବନ୍ତରାୟ ଚବନ କଲେଜରେ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କରିଥିଲେ । ଏହି ସମୟରେ ସେ ମଡେଲିଂ ପାଇଁ ମନବଳାଇ ଥିଲେ ।

ଏହାପରେ ସେ ମୁମ୍ବାଇ ଆସିଥିଲେ । ସେଠାରେ ସେ ବହୁତ କଷ୍ଟରେ ଜୀବନ ଅତିବାହିତ କରିଥିଲେ । ମାସକୁ ସେ ୪୫୦୦ ଟଙ୍କାରେ ଏକ ଘରୋଇ ସଂସ୍ଥାରେ କାମ କରିଥିଲେ ।
‘ମିଷ୍ଟର ଇଣ୍ଡିଆ’ ପ୍ରତିଯୋଗିତାରେ ସୋନୁ ଭାଗ ନେଇ ୫ ସ୍ଥାନ ଅଧିକାର କରିଥିଲେ । ଏହାପରେ ସେ୧୯୯୯ ମସିହାରେ ତାମିଲ ଫିଲ୍ମ ‘କାଲାଝାଗର’ ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ବଲିଉଡରେ “ ଆସିକ ବନାୟା ଆପନେ, ଦବଙ୍ଗ, ହାପି ନ୍ୟୂ ୟର” ପରି ଚଳଚ୍ଚିତ୍ରରେ ଅଭିନୟ କରି ଖୁବ ନାମ କମାଇଛନ୍ତି । ଏହା ବ୍ୟତୀତ ସେ ସାତୋଟି ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ବଲିଉଡ଼୍ ବ୍ୟତୀତ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ବେଶ୍ ସଫଳ । ଏହା ଛଡ଼ା ସେ ନିଜ ପିତାଙ୍କ ନାମରେ ଏକ ପ୍ରଡକ୍ସନ୍ ସଂସ୍ଥା ଖୋଲିଛନ୍ତି । ଯାହାର ନାମ  “ଶକ୍ତି ସାଗର ପ୍ରଡକ୍ସନ୍ସ’  ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular