spot_img

ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ସୋମବାର ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ। ବୈଠକରେ ରାଜ୍ୟ ପରିଷଦର ୩୭୪ଜଣ ସଦସ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏଥିରେ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନୂଆ ଟିମ୍ ଗଠନ ପରେ ପ୍ରଥମ ରାଜ୍ୟ ପରିଷଦ ବୈଠକ ବସୁଛି । ଗତକାଲି କାର୍ୟ୍ୟକାରିଣୀରେ ବିଜେଡିର ଅନୁମୋଦିତ ହୋଇଥିବା ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ। କେନ୍ଦ୍ର ଅବହେଳା ଓ ସଂଗଠନ ମଜବୁତ ନେଇ ବୈଠକରେ ମାନସମନ୍ଥନ କରାଯିବ। ରାଜ୍ୟ ପରିଷଦ ବୈଠକରେ ବିଜେଡି ସୁପ୍ରିମୋ ଆଜି ଯେଉଁ ବାର୍ତ୍ତା ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular