ବଡ଼ବିଲ: ବଡ଼ବିଲ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରେ କର୍ମି ସମ୍ମିଳନୀ ଅୟୋଜିତ । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ତତ୍ୱାବଧାନରେ ଏହି କର୍ମି ସମ୍ମିଳନୀ ଆୟୋଜିତ ହୋଇଥିଲା । ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ବିଜେଡ଼ି ଦଳକୁ ଲୋକାଭିମୁଖୀ କରିବା ଉଦେ୍ଦଶ୍ୟରେ ଆଲୋଚନା କରାଯାଇଥିଲା । ବିଧାୟିକା ପ୍ରତ୍ୟେକ ବ୍ଲକ,ଏନ.ଏ.ସି ପୌରପାଳିକା ରେ ବିଜେଡ଼ି କାର୍ଯ୍ୟାଳୟ ଖୋଲି କର୍ମି ମାନଙ୍କ ମଧ୍ୟରେ ଏକତା ରଖିବା ସହ ସରକାରଙ୍କ ଯୋଜନାକୁ ଲୋକଲୋଚନକୁୂ ଆଣି ଦଳକୁ ସୁଦୃଢ କରିବା ଲକ୍ଷ ରଖିଛନ୍ତି । ଏହି କାର୍ୟ୍ୟ କ୍ରମ ରେ ବିଜେଡ଼ି ବିଧାୟିକା ଙ୍କ ସହ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ଉପ ସଭାପତି ସଂଜୀବ ପଲେଇ,ବଡ଼ବିଲ ଯୁବ ସଭାପତି ପ୍ରଭୁଦତ୍ତ ପ୍ରଧାନ,ଯୋଡ଼ା ବ୍ଳକ ସଭାପତି ଦିଲୀପ ନାଏକ, ଯୋଡ଼ା ବ୍ଳକ ଯୁବ ସଭାପତି ସଂଜୀବ ଆପଟ, ଯୋଡ଼ା ବ୍ଳକ ଛାତ୍ର ସଭାପତି ଯୁଧିଷ୍ଟିର ପଲେଇ ଙ୍କ ସହ ଅନେକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ,ବଡ଼ବିଲ ନଗର ସଭାପତି ଅନନ୍ତ ମହାକୁଡ଼,ଦେବରଞ୍ଜନ ନାୟକ, କୁଶ ଆପଟ,ଲାବଣ୍ୟବତୀ ସାହୁ,ଚିତ୍ତରଞ୍ଜନ କର,ସୁନୀଲ ମହାନ୍ତ, ପ୍ରଭୃତି ଉପସ୍ଥିତ ରହିବା ସହ ଏହି କାର୍ୟ୍ୟ କ୍ରମ କୁ ଲାଲଟୁ ମହାନ୍ତ ସୁଚାରୁ ରୂପେ ପରିଚାଳନା କରି ଥିଲେ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0