ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ସେ କହିଛନ୍ତି କି, ଅଫିସ ସିଲ୍ ପ୍ରଶାସନିକ ସ୍ତରରେ ହୋଇଥାଏ, ଏଥିରେ ବିଜେଡିର କିଛି ଭୂମିକା ନାହିଁ କି ବିଜେଡି ଏଥିରେ କିଛି କହିବ ନାହିଁ ।
ପୂର୍ବରୁ ଧନ ଜୀବନକୁ ଗୁରୁତ୍ୱ ଦେଇ ଅନେକ କୋଠା ସିଲ ହୋଇଛି । ଆବଶ୍ୟକ ପଡିଲେ ଆହୁରି ଅନେକ କୋଠା ଓ ହୋଟେଲ ସିଲ ହେବ । କରୋନା ବିରୋଧରେ ଲଢେଇ ଆମେ ସମସ୍ତେ ଲଢୁଛେ । କରୋନା କୌଣସି ରାଜନୈତିକ ଦଳ ଦେଖି ଆସେନି । ଏହି ପ୍ରସଙ୍ଗରେ ରାଜନୀତି ନକରିବା ଠିକ ହେବ ବୋଲି କହିଛନ୍ତି ସୁଲତା ଦେଓ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0