ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ଦରଦାମ | ପରିବା , ପେଟ୍ରୋଲ ଡିଜେଲ ଓ ଗ୍ୟାସ ର ଦରଦାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି | ତେବେ ଏହାକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି | ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଛଟପଟ ହେଉଛନ୍ତି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ସମସ୍ତଙ୍କୁ ଯନ୍ତ୍ରଣା ଦେଉଛି । ସିଲିଣ୍ଡର ପିଛା ୯୦ଟଙ୍କା ବୃଦ୍ଧି ପାଇଛି ବୋଲି ବିଜେଡି କହିଛି । ସିଧାସଳଖ ହାଣ୍ଡିଶାଳରେ ମାଡ ହୋଇଛି । ଦୁଇ ବର୍ଷରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି । ଆତ୍ୟାବଶକୀୟ ଦରଦାମ ୪୦ରୁ ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ବେରୋଜଗାର ପ୍ରମୁଖ ସମସ୍ୟା ହୋଇଛି । କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ଦିଲ୍ଲୀରେ ଥିବା ବିଜେପି ସରକାର ଠିକସେ ଆର୍ଥିକ ପରିଚାଳନା କରୁନାହାନ୍ତି । କରୋନା ପରେ କିଛି ପଦକ୍ଷେପ ନେବେ ବୋଲି କୁହାଯାଉଥିଲା କିନ୍ତୁ କିଛି କେନ୍ଦ୍ର ସରକାର ଦରଦାମ ବୃଦ୍ଧି କମାଇବା ପାଇଁ ପଦକ୍ଷେପ ନେଲେ ନାହିଁ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0