କଟକ : ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଛି କଟକ ନଗର ର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗାଯାଉଛି? ସରକାରଙ୍କ ଏପରି କଟକଣା ପ୍ରତିବାଦରେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି।
କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟ୍ରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡ୍ଲାଇନ୍ରେ ଦର୍ଶାଇଛନ୍ତି। ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0