ଗତ କିଛି ଦିନ ହେବ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍ ସରକାରକୁ ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ସମ୍ବାଦିକ ସମ୍ମିଳନୀ କରି ସିଧା ସିଧା କଂଗ୍ରେସକୁ ନିଶାନା କରିଛନ୍ତି । ଏ ସବୁ ଭାଜପା କରି ନାହିଁ ଯାହା କରିଛନ୍ତି ସେମାନେ କରିଛନ୍ତି । ଏସବୁ ଷଡ଼ଯନ୍ତ୍ର ସେମାନଙ୍କ ପକ୍ଷରୁ ହୋଇଛି । ଏହି ଟେପ୍କୁ ବି ସେମାନେ କରି ବିଜେପିକୁ ଦୋଷ ଦେଉଛନ୍ତି ।
LIVE: Dr @sambitswaraj addresses a press conference at BJP headquarters in New Delhi. https://t.co/Q9ufqpVsZH
— BJP (@BJP4India) July 18, 2020
ସେ କହିଛନ୍ତି ମୋର ଗେହଲଟ ସରକାରଙ୍କୁ ପ୍ରଶ୍ନ ହେଉଛି ଫୋନ୍ ଟ୍ୟାପିଂ କ’ଣ ଏକ ସମ୍ବେଦନଶୀଳ ଆଇନ ମାମଲା ନୁହେଁ? ଆପଣ ବି କ’ଣ ରାଜସ୍ଥାନର କୌଣସି ରାଜନେତାଙ୍କ ଫୋନ୍ ଟ୍ୟାପ୍ କରିବା ପରି ନୀତି ଆପଣେଥିଲେ? ବାସ୍ତବରେ ଫୋନ୍ ଟ୍ୟାପ୍ ହୋଇଛି କି ନାହିଁ ଆମକୁ ସିବିଆଇ ତଦନ୍ତ ଦରକାର ।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାରି ଭିତରେ କଂଗ୍ରେସ ଅଡିଓ ଟେପ୍କୁ ଆଧାର କରି ୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ସହିତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ଙ୍କ ଗିରଫ ଦାବି କରିଛି। ବିଧାୟକ ଭନୱର ଲାଲ୍ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ସୂଚନା ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0