ସଭାରେ ଚାଷୀଙ୍କ ଠାରୁ ଚାପୁଡା ଖାଇଲେ ବିଜେପି ବିଧାୟକ ପଙ୍କଜ ଗୁପ୍ତା ।
କିନ୍ତୁ ବିଧାୟକ କହିଲେ ଚାଚା ମୋ ଗାଲ ଥାପୁଡ଼ାଇଲେ । ସୂଚନା ଅନୁସାରେ, ଉକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେବା ପରେ, ଉନ୍ନାଓର ସଦର ଆସନର ପ୍ରତିନିଧିତ୍ବ କରୁଥିବା ବିଧାୟକ ପଙ୍କଜ ଗୁପ୍ତା ଲୋକମାନଙ୍କ ମନରୁ ଏହାର ନକାରାତ୍ମକ ପ୍ରଭାବ ଦୂର କରିବା ଲାଗି ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କ ଆଡ଼କୁ ହାତ ଦେଖାଇ ଗୁପ୍ତା ସାମ୍ବାଦିକମାନଙ୍କୁ କହିଲେ, ଭିଡିଓରେ ଦେଖାଯାଉଥିବା ଲୋକଜଣକ ହେଉଛନ୍ତି ମୋ ଚାଚା । ଆଗରୁ ଯେମିତି ସ୍ନେହରେ ସେ ମୋ ଗାଲ ଥାପୁଡ଼ାଉଥିଲେ ଏବେ ସେମିତି କରିଛନ୍ତି । ଜାନୁଆରି ୫ ତାରିଖ ଦିନ ବର୍ଷିୟାନ୍ ‘ବିଜେପି’ ନେତା କଲ୍ୟାଣ ସିଂହଙ୍କ ଜନ୍ମଦିନ ଅବସରରେ ଏରାଭାଦିୟାଭର୍ ଗୋଲେଇ ଛକରେ ଗୁଲାବ ସିଂହ ଲୋଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ସମୟର । ସମାଜବାଦୀ ପାର୍ଟି ଗୈରିକ ଦଳକୁ ସମାଲୋଚନା କରି କହିଛି ଯେ, ସେ ଚାପୁଡ଼ା ‘ବିଜପେି’ ବିଧାୟକଙ୍କ ଗାଲରେ ଚାପୁଡ଼ା ନୁହେଁ, ‘ବିଜେପି’ ଶାସିତ ଆଦିତ୍ୟନାଥ ସରକାରଙ୍କ ନୀତି, ବିଶୃଙ୍ଖଳିତ ଶାସନ ଏବଂ ଏକଚ୍ଛତ୍ରବାଦ ଉପରେ ମାଡ଼ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0