spot_img

ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଅଧିନିୟମ ସଂଶୋଧନ ନିଷ୍ପତିକୁ ବିଜେପିର ବିରୋଧ

ବରଗଡ଼: ଓଡିଶା ସରକାରଙ୍କ ପ୍ରସ୍ତାବିତ ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ- ୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ -୨୦୦୫ର ପ୍ରତ୍ୟାହାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟଭତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରତିକୂଳ ଭାବେ ପ୍ରଭାବିତ କରିବ । ଏହି ଅଧିନିୟମ ପ୍ରାଧ୍ୟାପକମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ଥିବା ସହ କୂଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ । ତେଣୁ ଏହାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟବ୍ୟାପୀ ଆନେ୍ଦାଳନ କରିଛି ।
ଅଭିଯୋଗକ୍ରମେ, ବିଧାୟିକା(ଲେଜିସଲେଚର)ଙ୍କୁ ଉତ୍ତରଦାୟିତ୍ୱରୁ ମଧ୍ୟ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ବାଦ ଦିଆଯାଇଛି । ଏହା ଦ୍ୱାରା ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ ଓ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ସାଧାରଣ କଲେଜ ଭଳି କାମ କରିବେ । ଏହି ଅଧ୍ୟାଦେଶ ଆଣି ରାଜ୍ୟସରକାର ଓଡିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢାଇବା ସହ ଉଚ୍ଚଶିକ୍ଷାର ମାନଦଣ୍ଡକୁ ହ୍ରାସ କରାଇବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ବିଜେପି ବିରୋଧ କରିଛି । ଏହାକୁ ନେଇ ବିଜେପି ତରଫରୁ ରାଜ୍ୟ ବ୍ୟାପି ଆନେ୍ଦାଳନ ହେଉଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଆନେ୍ଦାଳନର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାରଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା କର୍ମୀମାନେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଏବଂ ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular