ଭୁବନେଶ୍ବର : ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ରାଜଭବନ ଆଗରେ ବିଜେପି ନେତା ଓ କର୍ମୀ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଧାରଣା ଦେଇଛନ୍ତି । ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ବିଜେପିର ଏକ ଟିମ ମଧ୍ୟ ପରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଦେଖିବା ସହ ପରୀ ପରିବାର ସହ ଆଲୋଚନା କରିଥିଲେ । ବିଧାନସଭାରେ ମଧ୍ୟ ପରୀ ମୃତ୍ୟ ପ୍ରସଙ୍ଗରେ ବିଜେପି ସଦସ୍ୟ ହୋହାଲ୍ଳା କରିବା ସହ ପରୀକୁ ନ୍ୟାୟ ଦାବିରେ ଗୃହକୁ ଅଚଳ କରିଦେଇଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0