spot_img

ବରୁଣେଇ ପୀଠରେ ବିଜେପିର ବନ୍ଧୁମିଳନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧାର ବରୁଣେଇ ପୀଠରେ ବିଜେପିର ଦଳୀୟ ବନ୍ଧୁମିଳନ ଉତ୍ସବ ଏବଂ ରାଜନୈତିକ ସମୀକ୍ଷା । ଉତ୍ସବରେ ଆଗାମୀ ଏନ,ଏ,ସି ଏବଂ ମୁ୍ୟନସିପାଲଟି ସହ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ସମୀକ୍ଷା ଏବଂ ରଣନୀତି ପ୍ରସ୍ତୁତି କରାଯାଇଥ୍ଲଲା । ଖୋର୍ଦ୍ଧା ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ପ୍ରଭାରୀ ଭୃଗୁ ବକ୍ସି ପାତ୍ର, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅନୁ ଚୌଧୁରୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ସମସ୍ତ କର୍ମକତ୍ତା ମାନଙ୍କୁ ଉଦବୋଧନ ଦେଇ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular