ଚେନ୍ନାଇ: ବାଣ କାରଖାନାରେ ବିସ୍ପୋରଣ ଘଟି ୭ଜଣ ମୃତ ଓ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁୁରୁତର ରହିଛି । ଘଟଣା ଘଟିଛି ତାମିଲନାଡୁରୁ କୁଡ୍ଡାଲୋର ଜିଲ୍ଲାରେ । କୁଡ୍ଡାଲୋର ଜିଲ୍ଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ କାରଖାନାରେ ବାଣ ତିଆରି କରାଯାଉଥିଲା । ଆସନ୍ତା ଦଶହରା ଓ ଦୀପାବଳୀକୁ ଦୃଷ୍ଟିରେ ରଖି କାରଖାନାରେ ଅଧିକ ବାଣ ପ୍ରସ୍ତୁତ କରାଯାଉଥିଲା । ବାଣ ତିଆରି ବେଳେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା । ମାତ୍ର ନିଆଁ କେଉଁ କାରଣରୁ ଲାଗିଛି ତାହା ଜଣାପଡିନାହିଁ । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତକୁ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0