spot_img

ଏଣିକି ବୋଟ ମାଲିକଙ୍କୁ ଅନଲାଇନରେ ମିଳିବ ଲାଇସେନସ

ଭୁବନେଶ୍ବର : ଏଣିକି ଅନଲାଇନ ଯୋଗେ ବୋଟ ମାଲିକମାନଙ୍କୁ ପ୍ରଦାନ ହୋଇପାରିବ ବୋଟ ଲାଇସେନସ। ଏଥିପାଇଁ ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବାରେ ନିୟୋଜିତ ସମସ୍ତ ବୋଟ୍ ପଞ୍ଜୀକରଣ ଓ ନବୀକରଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନଲାଇନ ସେବା ଆରମ୍ଭ କରାଯାଇଛି। ଆଜି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ବୋଟ ଇନଫରମେସନ ଆଣ୍ଡ ମ୍ୟାନେଜ ମେଣ୍ଟ ସିଷ୍ଟମର ଲୋକାର୍ପଣ କରିଛନ୍ତି। ଖାରବେଳ ଭବନରେ ଏହି ଅନଲାଇନ ସେବାର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଅନ୍ତର୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ ରୁଲସ-୨୦୦୪ ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ମାନୁଆଲ ପଦ୍ଧତିରେ ବୋଟ ପଞ୍ଜୀକରଣ କାର୍ୟ୍ୟ ସମ୍ପାଦିତ ହେଉଛି। କିନ୍ତୁ ବିମସି ଦ୍ବାରା ମାଲିକମାନେ ଘରେ ରହି ସେମାନଙ୍କ ବୋଟ ଗୁଡ଼ିକୁ ପଞ୍ଜୀକରଣ କରିବା ସହିତ ଲାଇସେନସ ନବୀକରଣ କରିପାରିବେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular