ରାୟଗଡା ୧୫।୦୭ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣୀ ନଦୀରେ ଥିବା ଅସ୍ଥାୟୀ ପୋଲ ଭାସିଯାଇଛି। ଗତକାଲି ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷ। ଯୋଗୁଁ ପୋଲ ଭାସି ଯାଇଥିବା ଜଣାପଡିଛି। ପୋଲ ଭାସିଯିବା ଦ୍ୱାରା ଅପରପାର୍ଶ୍ବରେ ଥିବା ୫ଟି ପଂଚାୟତବାସୀ ବର୍ତ୍ତମାନ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗମନାଗମନ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ମେଡିକାଲ ଓ ଜରୁରୀକାଳୀନ ଆବଶ୍ୟକତା ସମୟରେ ଅସୁବିଧା ଉପୁଜିବା ସମ୍ଭାବନା ଦେଖାଦେଇଛି। କଲ୍ୟାଣୀ ନଦୀରେ ଏକ ସ୍ଥାୟୀ ପୋଲ ନଥିବା ଯୋଗୁଁ ଏହିଭଳି ସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
କଲ୍ୟାଣୀ ନଦୀ ଉପରେ ହୋଇଥିବା ସ୍ଥାୟୀ ପୋଲ ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ପ୍ରବଳ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା।ତେଣୁ ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ତେବେ ସ୍ଥାୟୀ ପୋଲ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ଲୋକେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0