ଭୁବନେଶ୍ୱର: ରାଜଧାନୀରେ ପୁଣି ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଦିନକୁ ଦିନ ବଡ଼ି ଚାଲିଛି ଧଳା ଜହରର କାରବାର। ଅବାକରୀ ବିଭାଗର ବାରମ୍ବାର ଚଢ଼ାଉ ପରେ ମଧ୍ୟ ସୁଧୁରୁ ନାହାନ୍ତି ଧଳା ଜହର ବେପାରି। ପଳାଶୁଣୀ ଅଞ୍ଚଳରୁ ୧୮୫ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ବେପାରେ ମହିଳା ଅଧିକ ଯୋଡ଼ି ହେବାରେ ଲାଗିଛନ୍ତି। ଚଢ଼ାଉକରି ବ୍ରାଉନସୁଗର ଜବତ୍ ସହିତ ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ। ଗିରଫ ମହିଳା ହେଲେ ପ୍ରମିଳା ପ୍ରଧାନ। ପ୍ରତି ଦିନ ଏମାନେ ତାଙ୍କ ସ୍ୱତନ୍ତ୍ର କୋଡ଼ ବ୍ୟବହାର କରି ପୁଳା ପୁଳା ବ୍ରାଉନସୁଗାର ବିକ୍ରି କରନ୍ତି। ଖାଲି ବ୍ରାଉନ ସୁଗାର ନୁହେଁ । ବିନା ଲାଇସେନ୍ସ ପ୍ରାପ୍ତ ମଦ ମଧ୍ୟ ବ୍ଲାକରେ ବ୍ୟବସାୟ କରନ୍ତି ଏମାନେ। ତେବେ ପଳାଶୁଣୀର ମଦ ବେପାରୀ ହାଡିଆ ଘରୁ ଜବତ ହୋଇଛି ବ୍ରାଉନସୁଗର।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0