spot_img

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ

ଉମରକୋଟ: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ । ନବରଙ୍ଗପୁର ଉମରକୋଟ ଥାନା ଅନ୍ତର୍ଗତ ଚିକରପଦର ଗ୍ରାମରାସ୍ତାରେ ଦେଖିବାକୁ ମଳିଛି ଏହି ଦୁଃଖଦ ଘଟଣା । ପାରିବାରିକ ଗଣ୍ଡଗୋଳକୁ ନେଇ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । କେବଳ ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ଶବକୁ ରାସ୍ତା କଡରେ ଫୋପାଡି ଦେଇ ଫେରାର ହୋଇଯାଇଛି ସ୍ୱାମୀ । ଏଥିସହ ନିଜର ୨ ମାସର ଶିଶୁ କନ୍ୟାକୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ନିକଟରେ ଥିବା ଏକ ଗ୍ରାମ ପାଶ୍ୱର୍ରେ ରଖି ଦେଇଛି । ଆଜି ସକାଳେ ଲୋକମାନେ ଦେଖି ପୁଲିସକୁ ଖବର ଦେବା ପରେ ମହିଳାଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି । ଖବର ପାଇ ଉମରକୋଟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ଦୁଇ ବର୍ଷ ତଳେ ମୃତ୍ତୁମା ଗ୍ରାମର ଅଜିତ ସରକାର ନିଜ ଝିଅ ଶିପ୍ରା ସରକାରଙ୍କୁ ବିବାହ ଦେଇଥିଲେ । ମିକ୍ସଫାର୍ମ ଗ୍ରାମର ବିପ୍ଲବ ବିଶ୍ୱାସଙ୍କ ସହିତ ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଖୁସିରେ ଥିଲେ । ମାତ୍ର ଶାଶୁଙ୍କ ଅତ୍ୟାଚାର ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ହେଉଥିଲା । ଯାହାର କରୁଣ ପରିଣତି ଗତକାଲି ଘଟିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular