ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ପ୍ରତିବର୍ଷ ପରି ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ପାଇଁ ଆଜି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଡକାଇଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତିଙ୍କ ଅଧ୍ୟ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ବିଧାନସଭା କନଫରେନ୍ସ ହଲରେ ଚାଲିଥିବା ଏହି ବୈଠକରେ ସବୁ ଦଳର ସଦସ୍ୟ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବୈଠକରେ ଯୋଗ ଦେଇଛନ୍ତି। ବଜେଟ ଅଧିବେଶନ କିପରି ଚାଲିବ ସେ ନେଇ ଆଲୋଚନ କରାଯିବା ପାଇଁ ଏହି ବୈଠକ ଡକାଯାଇଛି। କୋଭିଡ୍ କଟକଣା ମଧ୍ୟରେ କ’ଣ ସବୁ ବ୍ୟବସ୍ଥା କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ପୂର୍ବରୁ ସୂଚନା ରହିଛି। ଫେବ୍ରୁଆରି ୨୨ ତାରିଖରେ ବଜେଟ ଗୃହରେ ଉପସ୍ଥାପନ ହେବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0