ରାଜସ୍ଥାନର ୭ ଜିଲ୍ଲା ଦେଇ ଚାଲିବ ବୁଲେଟ ଟ୍ରେନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବୁଲେଟ ଟ୍ରେନ୍ ଯୋଜନାର ଲାଭ ଅନ୍ୟ ରାଜ୍ୟ ସହ ରାଜସ୍ଥାନକୁ ବି ମିଳିବ। ଦିଲ୍ଲୀ–ଅହମଦାବାଦ ରୁଟ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍, ରାଜସ୍ଥାନର ୭ ଜିଲ୍ଲା ଦେଇ ଚାଲିବ। ଦିଲ୍ଲୀରୁ ଜୟପୁର, ଗାନ୍ଧିନଗର ଦେଇ ଅହମଦାବାଦ ଯାଏଁ ନିର୍ମାଣ ହେଉଥିବା ରେଳ କରିଡର୍ ଉଦୟପୁର ଦେଇ ମଧ୍ୟ ଗତି କରିବ। ହାଇ ସ୍ପିଡ୍ ରେଳ କରିଡର ପ୍ରକଳ୍ପର ୬୫୩ କିଲୋମିଟର ରାସ୍ତା ଉଦୟପୁର ସହ ରାଜ୍ୟର ୭ ଜିଲ୍ଲା ଦେଇ ଚାଲିବ। ଏଥିପାଇଁ ଉଦୟପୁରରେ ଏହି ପ୍ରକଳ୍ପ ପାଇଁ ନୋଡାଲ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଆରମ୍ଭରୁ ବୁଲେଟ୍ ଟ୍ରେନ୍ ଅହମଦାବାଦ–ମୁମ୍ବାଇ ରୁଟରେ ଚଲାଇବାକୁ ଯୋଜନା ହୋଇଥିଲା। ଏହାପରେ ଦେଶରେ ଅନ୍ୟ ୫ ରୁଟ୍ ଘୋଷଣା ହୋଇଥିଲା।ବୁଲେଟ୍ ଟ୍ରେନର ସ୍ପିଡ୍ ଘଣ୍ଟା ପ୍ରତି ପାଖାପାଖି ୩୦୦ କିଲୋମିଟର। ଅନ୍ୟ ଟ୍ରେନମାନଙ୍କର ସ୍ପିଡ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ହୋଇଥାଏ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0