କ୍ରମାଗତ ଭାବେ ସୁନା ଦର କମିବାରେ ଲାଗିଛି । ମଙ୍ଗଳବାର ଦିନ ପୁଣିଥରେ ଦାମ୍ ଖସିଛି । ଗୁଡ ରିଟର୍ନ ଅନୁସାରେ ଆଜି ୨୨ କ୍ୟାରେଟ ସୁନାର ପ୍ରତିଗ୍ରାମ୍ ଦାମ୍ ୧୨ ଟଙ୍କାକୁ ଖସିଛି । ଯାହା ଫଳରେ ୧୦ ଗ୍ରାମ୍ ସୁନା ଦର ୪୩ ହଜାର ୮୦୦ରେ ପହଞ୍ଚିଛି । ସୋମବାର ଦିନ ଏହାର ଦାମ୍ ୪୩ ହଜାର ୯୨୦ ରହିଥିଲା ।ସେହିପରି ଯଦି ୨୪ କ୍ୟାରେଟ ୧୦ ଗ୍ରାମ୍ ପ୍ରତି ୧୨୦ ଟଙ୍କା କମିଛି । ଯାହା ପରେ ଏହାର ମୂଲ୍ୟ ୪୪ ହଜାର ୮୦୦ ପହଞ୍ଚିଛି । ଗତକାଲି ଏହାର ଦାମ୍ ୪୪ ହଜାର ୯୨୦ ରହିଥିଲା । ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୪ ହଜାର ୨୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୮ ହଜାର ୨୨୦ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୩ ହଜାର ୮୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୪ ହଜାର ୮୦୦ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0