ନୂଆଦିଲ୍ଲୀ: ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲକୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଲା ପରେ ବି କିଛି ନିସ୍କର୍ଷ ବାହାରି ପାରୁ ନାହିଁ । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ଯେଉଁ କମିଟି କୃଷି ଆଇନର ସମୀକ୍ଷା କରି କୋର୍ଟଙ୍କୁ ଜଣାଇବ । ଏନେଇ ୪ ଜଣିଆ କମିଟିର ବୈଠକ ଆସନ୍ତା କାଲି ବସିବାକୁ ଥିବା ବେଳେ ସଦ୍ୟ ସୂଚନା ମୁତାବକ ଏହି କମିଟିରୁ ଓହରି ଯାଇଛନ୍ତି ଭୂପିନ୍ଦର ସିଂ ମାନ । ଫଳରେ ଆସନ୍ତା କାଲି ବସିବାକୁ ଥିବା ବୈଠକକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । ଉଚ୍ଚନ୍ୟାୟାଦଳ ଦ୍ୱାରା ଗଠିତ କମିଟିରୁ ଓହରିଯିବା ପରେ ଶ୍ରୀ ମାନ କହିଛନ୍ତି କି ସେ କୃଷକ ମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କୃଷକଙ୍କ ସହିତ ଥିଲେ ଓ ଆଗକୁ ରହିବାକୁ ପ୍ରତିଶୃତି ଦେଇଛନ୍ତି । ସିଧା ସଳଖ ନ କହିଲେ ବି ସେ ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୃଷକ ବିରୋଧି ବୋଲି କହିବାକୁ ଯାଇ କହିଛନ୍ତି କି କୃଷକ ମାନଙ୍କର ହିତ ବିରୋଧରେ ସେ କେବେ ବି ଯିବେ ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0