spot_img

ପୁରୀ ଟ୍ରେନ୍ ପୋଡି ଘଟଣା

ପୁରୀ: ୨୦୧୫ ମସିହା ପୁରୀ ଟ୍ରେନ୍ ପୋଡି ଘଟଣାରେ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ । ଘଟଣାର ତଦନ୍ତ କରି ସିଜେଏମ୍ କୋର୍ଟଙ୍କ ବିଚାରପତି ଡକ୍ଟର ଇନ୍ଦୁ ଶର୍ମା ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୭୫ ହଜାର ୫ ଶହ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ସିଜେଏମ୍ କୋର୍ଟ । ୨୦୧୫ ୨୦୧୫ ମସିହା ନଭେମ୍ବର ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ପୋଡି ହୋଇଥିଲା । ଏହି ଘଟଣାରେ ପୁରୀ ତିରୁପତି ଏକ୍ସପ୍ରେସ୍, ପୁରୀ-ଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ଓ ପୁରୀ ହାୱାଡା ଏକ୍ସପ୍ରେସ ୍ ଟ୍ରେନର ୫ଟି ବଗି ପୋଡି ନଷ୍ଟ ହୋଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ରେଳବାଇର ବହୁତବଡ କ୍ଷତି ହୋଇଥିଲା । ସିସିଟିଭି କ୍ୟାମେରା ଆଧାରରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular