spot_img

ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ

ବୌଦ୍ଧ : ହାଇୱାକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ । ବୌଦ୍ଧ ପୁରୁଣା କଟକ ଥାନା ଚାରିଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାଲକାନାଗିରିରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ବସ ଯାତ୍ରୀଙ୍କୁ ଉଦ୍ଧାର ପାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।ସୂଚନା ମୁତାବକ ଯାତ୍ରୀବାହୀ ବସଟି ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚାରିଛକ ନିକଟରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସର ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୪୦ଜଣ ଯାତ୍ରୀ। ଅନ୍ୟପଟେ ଘଟଣାସ୍ଥଳରୁ ହାଇୱା ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁରୁଣା କଟକ ଥାନା ପୁଲିସ ପହଞ୍ଚି ବସଟିକୁ ଥାନାକୁ ନେଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular