ତେଲକୋଇ : ବରଯାତ୍ରୀଙ୍କୁ ଧରି ଫେରୁଥିବା ବେଳେ ଘାଟିରେ ଓଲଟି ପଡ଼ିଲା ବସ୍। ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଘଟିଛି। ରାଉରକେଲା ବନ୍ଧମୁଣ୍ଡାରୁ ‘ସ୍ନେହା ସଫାରି’ ନାମକ ଏକ ଘରୋଇ ବସ ଢେଙ୍କିକୋଟକୁ ବରଯାତ୍ରୀରେ ଯାଇଥିଲେ । ତେବେ ବାହାଘର ସାରି ଆଜି ସକାଳେ ଗାଡ଼ିଟି ଫେରୁଥିବାବେଳେ କାଞ୍ଜିପାଣି ଘାଟିରେ ଓଲଟି ପଡ଼ିଥିଲା। ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ଆହତ ମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ଅନୀଲ ମହାରଣା। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଓ ୬ ଜଣ ପୁରୁଷଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ତେଲକୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0