ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଆଜି ଏକ ବସ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଲାହୋରଠାରୁ ୭୫ କିଲୋମିଟର ଦୂର ନାରଙ୍ଗ ମଣ୍ଡିର କଳାଖଟାଇ ରୋଡ଼ରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ ସହ ଭ୍ୟାନର ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁଁ ଭ୍ୟାନର ଗ୍ୟାସ ସିଲିଣ୍ଡର ଫାଟିଯାଇ ନିଆଁ ଲାଗିଥିଲା। ଭ୍ୟାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫଳରେ ସେଥିରେ ଥିବା ୧୩ ଜଣ ଯାତ୍ରୀ ଜଳିଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଅନ୍ୟ ୧୭ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0