ମେଲବୋର୍ନ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଐତିହାସିକ ବିଜୟ ପରେ ବିସିସିଆଇକୁ ପ୍ରଶଂସା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ତେବେ ଭାରତୀୟ ଦଳର ନିଷ୍ଠା, ଲଢୁଆ ମନୋବୃତ୍ତି, ସାହସ ଓ କୌଶଳକୁ ଭୂୟସୀ ପ୍ରଶଂସା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଏହା ସହ ହାଇପ୍ରୋଫାଇଲ ସିରିଜର ସୁପରିଚାଳନା ପାଇଁ ସିଏ ଭାରତୀୟ କ୍ରିକେଟ ବୋର୍ଡକୁ ପ୍ରଶଂସା କରିଛି । ଅନ୍ୟପଟେ କ୍ୟାପଟେନ କୋହଲିଙ୍କ ଅନୁପସ୍ଥିତି ସତ୍ତେ ଅଜିଙ୍କ୍ୟ ରାହାଣେଙ୍କ ଚମକ୍ରାର ନେତୃତ୍ୱ ଫଳରେ ଭାରତୀୟ ଦଳ ୨-୧ରେ ସିରିଜକୁ ଜିତିବାରେ ସକ୍ଷମ ହୋଇଛି । ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଛି କ୍ରିକେଟ ଅଷ୍ଟ୍ରେଲିଆ ।




Visitors Today : 3
Total Visitors : 130166
Total Views : 9891611
Visitors Online Now : 0