spot_img

ଏନଆରଏକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଏଣିକି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ: ଆଜି କ୍ୟାବିନେଟ ବୈଠକରେ ନ୍ୟାସନାଲ ରିକ୍ରୁ୍ୟମେଣ୍ଟ ଏଜେନ୍ସି (ଏନଆରଏ)କୁ ଅନୁମୋଦନ ମିଳିଛି । ଫଳରେ ଏବେ ନ୍ୟାସନାଲ ରିକ୍ରୁ୍ୟମେଣ୍ଟ ଏଜେନ୍ସି କମନ ଏଲିଜିବିଲିଟି ଟେଷ୍ଟ (ସିଇଟି)ର ସ୍ଥାନ ନେବ । ସେମାନଙ୍କୁ ଏବେ ଏନଆରଏ ଦ୍ୱାରା ହେବାକୁ ଥିବା ପରୀକ୍ଷା ଦେବାକୁ ପଡିବ, ଯାହା ସିଇଟି ଜରିଆରେ ଆୟୋଜିତ ହେବ । ଫଳରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଚାକିରି ପାଇଁ ଆଶାୟୀଙ୍କୁ ଏକାଧିକ ପରୀକ୍ଷା ଦେବାକୁ ପଡୁଛି । ଏସବୁ ଶେଷ କରିବା ପାଇଁ ଏନଆରଏ ଲାଗୁ କରାଯାଉଛି । ଏଥିରେ କୋଟି କୋଟି ଯୁବକ ଲାଭାନ୍ୱିତ ହେବେ । ଦେଶରେ ବର୍ତ୍ତମାନ ୨୦ରୁ ଅଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ରହିଛି । ଏସବୁ ସମାପ୍ତ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଯେଉଁମାନେ ଚାକିରି ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ଏନଆରଏ ଦ୍ୱାରା ଫାଇଦା ମିଳିବ । ସିଇଟିରେ ପିଲାମାନେ ଯେମିତି ର୍ୟାଙ୍କ ବା ମାର୍କ ରଖିବେ ଏହା ୩ ବର୍ଷ ଯାଏ ବୈଧ ରହିବ । ଏହାକୁ ଆଧାର କରି ଜଣେ ଆଶାୟୀ ନିଜର ଯୋଗ୍ୟତା ଓ ଇଚ୍ଛା ଅନୁସାରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବେ । ଗ୍ରୁପ ବି ଓ ଗ୍ରୁପ ସି ପୋଷ୍ଟ ପାଇଁ ଆଶାୟୀମାନେ ଆବେଦନ କରିପାରିବେ । ସିଇଟିରେ ଯୋଗ୍ୟତା ହାସଲ କରୁଥିବା ଆଶାୟୀମାନେ ଯେକୌଣସି ନିଯୁକ୍ତି ଏଜେନ୍ସି ପାଖରେ ଉଚ୍ଚ ସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପ୍ରାବଧାନ ରହିଛି । ଏହାର ଅର୍ଥ ଆଇବିପିଏସ୍, ଆରଆରବି ଏବଂ ଏସଏସସି ଅଧୀନରେ ହେଉଥିବା ଭିନ୍ନ ଭିନ୍ନ ପରୀକ୍ଷା ଗୋଟିଏ ହୋଇଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular